ରାଜ୍ୟରେ ଉତ୍ତମ ଶିକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା ସହ ଗଣଶିକ୍ଷକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ନେଇଛନ୍ତି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। OTET ପାସ୍‌ କରିଥିବା ଗଣଶିକ୍ଷକଙ୍କୁ ସହକାରୀ ଶିକ୍ଷକ (ଏକ୍ସ କ୍ୟାଡର) ଭାବେ ନିୟମିତ କରିବା ସହ ଇନ୍‌କ୍ରିମେଣ୍ଟ ପାଉନଥିବା ସହକାରୀ ଶିକ୍ଷକଙ୍କୁ ପ୍ରଦାନ କରାଯିବ ବାର୍ଷିକ ଇନ୍‌କ୍ରିମେଣ୍ଟ। ଏଥିସହ OTET ପାସ୍‌ କରିନଥିବା ଗଣଶିକ୍ଷକଙ୍କ ମାସିକ ପାରିଶ୍ରମିକ ₹୭,୦୦୦ରୁ ₹୧୦,୦୦୦କୁ ବୃଦ୍ଧି ହୋଇଛି।  

#5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ୍ ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲାଗସ୍ତ ସମୟରେ ଏନେଇ ଗଣଶିକ୍ଷକମାନଙ୍କ ପ୍ରସ୍ତାବ ହସ୍ତଗତ ହୋଇଥିଲା। ଏହି ପ୍ରସ୍ତାବକୁ ବିଚାରକୁ ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହାଦ୍ୱାରା ରାଜ୍ୟର ୧୨,୧୧୩ ଜଣ ଗଣଶିକ୍ଷକ ଉପକୃତ ହେଉଛନ୍ତି।#NabinOdisha