ବର୍ଦ୍ଧିତ ପାରିଶ୍ରମିକ ୨୦୨୩ ଅକ୍ଟୋବର ପହିଲାରୁ ପିଛିଲା ଭାବେ ଲାଗୁ ହେବ ଏବଂ ଚଳିତ ଫେବୃଆରୀରୁ ବର୍ଦ୍ଧିତ ପାରିଶ୍ରମିକ ନିୟମିତ ଭାବେ ମିଳିବ। ଅକ୍ଟୋବର ୨୦୨୩ରୁ ଜାନୁଆରୀ ୨୦୨୪, ଏହି ୪ ମାସର ବର୍ଦ୍ଧିତ ବକେୟା ମାର୍ଚ୍ଚ ୫ରୁ ୧୦ ତାରିଖ ମଧ୍ୟରେ ସେମାନଙ୍କ ବ୍ୟାଙ୍କ ଖାତାରେ ଜମା ହେବ। ସରକାର ଏଥିଲାଗି ବାର୍ଷିକ ₹୩୫୦ କୋଟି ଖର୍ଚ୍ଚ ବହନ କରିବେ। ଏହାଦ୍ବାରା ଉପକୃତ ହେବେ ରାଜ୍ୟର ୧.୪୮ ଲକ୍ଷ ଅଙ୍ଗନବାଡ଼ି, ମିନି ଅଙ୍ଗନବାଡ଼ି କର୍ମୀ ଓ ସହାୟିକା। #NabinOdisha
ଅଙ୍ଗନବାଡ଼ି କର୍ମଚାରୀଙ୍କ ସେବା ନିବୃତ୍ତି ବର୍ଦ୍ଧିତ ପ୍ରୋତ୍ସାହନ ରାଶି ଆସନ୍ତା ୦୧.୦୪.୨୦୨୪ ତାରିଖରୁ ଲାଗୁ ହେବ। ବର୍ଦ୍ଧିତ ପ୍ରୋତ୍ସାହନ ରାଶି ବାବଦରେ ଅଙ୍ଗନବାଡ଼ି କର୍ମୀମାନେ ପୂର୍ବରୁ ପାଉଥିବା ₹୪୦ ହଜାର ପରିବର୍ତ୍ତେ ₹୧ ଲକ୍ଷ ପାଇବେ। ମିନି ଅଙ୍ଗନବାଡ଼ିକର୍ମୀମାନେ ₹୩୦ ହଜାର ପରିବର୍ତ୍ତେ ପାଇବେ ₹୭୫ ହଜାର ଓ ସହାୟିକାମାନେ ₹୨୦ ହଜାର ପରିବର୍ତ୍ତେ ₹୫୦ ହଜାର ପାଇବେ।
ସାମାଜିକ ସୁରକ୍ଷା ଦିଗରେ ମୃତ୍ୟୁ କିମ୍ବା ଦୁର୍ଘଟଣାଜନିତ ସମ୍ପୂର୍ଣ୍ଣ ଶାରୀରିକ ଅକ୍ଷମତା କ୍ଷେତ୍ରରେ ଅଙ୍ଗନବାଡ଼ି, ମିନି ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କୁ ₹୨ ଲକ୍ଷ ଓ ଆଂଶିକ ଅକ୍ଷମତା ନିମନ୍ତେ ₹୧ ଲକ୍ଷ ପର୍ଯ୍ୟନ୍ତ ଅନୁକମ୍ପା ସହାୟତା ମିଳିବ। ଜିଲ୍ଲାଗସ୍ତ ଅବସରରେ #5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ୍ ପାଣ୍ଡିଆନଙ୍କୁ ଅଙ୍ଗନବାଡ଼ି ଓ ମିନି ଅଙ୍ଗନବାଡ଼ି କେନ୍ଦ୍ର କର୍ମୀ ସଙ୍ଗଠନ ପାରିଶ୍ରମିକ ବୃଦ୍ଧି ନେଇ ପ୍ରସ୍ତାବ ରଖିଥିଲେ। ଏସଂପର୍କରେ ଅବଗତ ହେବା ପରେ ମୁଖ୍ୟମନ୍ତ୍ରୀ ସେମାନଙ୍କ କଲ୍ୟାଣ ପାଇଁ ପଦକ୍ଷେପ ନେଇଛନ୍ତି।
0 Comments